ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୬.୦୩): ହାଇକୋର୍ଟରେ ଜଗମୋହନ ରତ୍ନ ଭଣ୍ଡାର ଓ ସୂର୍ଯ୍ୟ ମନ୍ଦିର ଶୁଣାଣୀ କରାଯାଇଛି । କାଲିଠୁ ଜଗମୋହନ ମରାମତି ଆରମ୍ଭ ହୋଇଥିବା ଜଣାଇଲେ ସରକାର । ଏନେଇ ସରକାରଙ୍କୁ ସତ୍ୟପାଠ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରତ୍ନଭଣ୍ଡାର ସର୍ମ୍ପକିତ ସତ୍ୟପାଠ ଜୁନ ୨୬ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ କୋର୍ଣାକ ସୂର୍ଯ୍ୟମନ୍ଦିର ସ୍ଥିତାବସ୍ଥା ନେଇ ରିର୍ପୋଟ ମଗାଯାଇଛି । ଜୁଲାଇ ୧୦ ତାରିଖରେ ଏନେଇ ପରବର୍ତ୍ତି ଶୁଣାଣି ହେବ ।