ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୫.୦୩): ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ଗାନ୍ଧୀମାର୍ଗ ମନା । ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନ ଡାକରା ଦେଇ ରାଜଧାନୀରେ ପହଞ୍ଚିଥିବା ବେଳେ ପୋଲିସ ଅନୁମତି ମିଳିନାହିଁ । ଆନ୍ଦୋଳନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୁହ ଛୁଟି ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ରାଜଧାନୀ ପହଞ୍ଚି ସାରିଥିଲେ ।
ତିନି ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ କିନ୍ତୁ କମିଶନରେଟ ପୋଲିସର ଅନୁମତି ମିଳିଲାନାହିଁ । ସଂଘ କହିଛି, ଦାବି ଗୁଡିକ ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ୩ ମାସ ହେବ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜଧାନୀରେ ପହଞ୍ଚିଥିବା କିଛି ଶିକ୍ଷକ କହିଛନ୍ତି ଆଗକୁ ସ୍କୁଲରେ ତାଲା ପକାଇ ବିଇଓ ଅଫିସ ସମ୍ମୁଖରେ ଆନ୍ଦୋଳନ କରିବେ ।