ଖୋର୍ଦ୍ଧା,(ଏନଏନଏସ ଓଡ଼ିଆ /୧୦.୦୩): ଭୂଷଣ୍ଡପୁର ବାଣ ଟ୍ରାଜେଡିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ।