ନୂଆଦିଲ୍ଲୀ ୧୦/୦୩: ଲ୍ୟାଣ୍ଡ ଫର ଜବ୍ ସ୍କାମ୍ରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ବଡ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ, ବିହାର ଓ ୟୁପି ସମେତ ୧୫ଟି ସ୍ଥାନରେ ଚଢାଉ କରିଛି ଇଡି । ଲାଲୁ ଯାଦବଙ୍କ ନିକଟତମ ଲୋକଙ୍କ ଘରେ ମଧ୍ୟ ଏହି ଚଢାଉ ହୋଇଛି । ପୂର୍ବରୁ ସିବିଆଇ ଏହି ମାମଲାରେ ଲାଲୁ ଯାଦବ ଓ ରାବିଡି ଦେବୀଙ୍କୁ ବି ଜେରା କରିଥିଲା ।
ଶୁକ୍ରବାର ଇଡିର ଗୋଟିଏ ଟିମ୍ ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ପାଟଣା ସ୍ଥିତ ଘରେ ଚଢାଉ କରିଛି । ପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବ୍ରି ଦେବୀଙ୍କ ବାସଭବନରେ ପଚରା ଉଚରା କରିଥିଲା । ପୂର୍ବଦିନ ସିବିଆଇ ଟିମ୍ ଦିଲ୍ଲୀରେ ରହୁଥିବା ଝିଅ ମୀସା ଭାରତୀଙ୍କ ଘରେ ପହଞ୍ଚିଥିଲେ । ଏଠାରେ ସିବିଆଇ ଲାଲୁ ଯାଦବଙ୍କୁ ଦୀର୍ଘ ସମୟ ଧରି କରିଥିଲା ଜେରା । କାରଣ ଲାଲୁ ଏବେ ଦିଲ୍ଲୀରେ ମୀସା ଭାରତୀଙ୍କ ଘରେ ରହୁଛନ୍ତି ।
ସୂଚନା ଥାଉକି, ୧୪ ବର୍ଷ ପୁରୁଣା ଲ୍ୟାଣ୍ଡ ଫର୍ ଜବ୍ ସ୍କାମ କେସ୍ରେ । ଯେଉଁ ସମୟରେ ଲାଲୁ ଥିଲେ ରେଳମନ୍ତ୍ରୀ । ଦାବି କରାଯାଉଛି ଯେ, ଲାଲୁ ରେଳମନ୍ତ୍ରୀ ରହି ରେଲଓ୍ୱେର ଲୋକଙ୍କୁ ଚାକିରି ଦେବା ବଦଳରେ ତାଙ୍କ ଜମି ନେଇଯାଇଥିଲେ । ଲାଲୁ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଥିଲେ । ସିବିଆଇ ଏହି ମାମଲାରେ ୧୮ ମଇରେ ମାମଲା ରୁଜୁ କରିଥିଲା । ସିବିଆଇର କହିବା ଅନୁସାରେ, ଲୋକଙ୍କୁ ପ୍ରଥମେ ରେଲଓ୍ୱେ ଗ୍ରୁପ୍ ଡି’ ପଦରେ ସବଷ୍ଟିଚ୍ୟୁଟ୍ ଭାବରେ ଭର୍ତ୍ତି କରାଯାଇଥିଲା ଓ ଯେତେବେଳେ ତାଙ୍କ ପରିବାର ଜମି ଡିଲ୍ କରିଥିଲା, ସେତେବେଳେ ତାଙ୍କୁ ରେଗୁଲାର କରିଦିଆଯାଇଛି।