ଭୁବନେଶ୍ୱର : କରୋନା କଟକଣାରେ ଏଥର ଲିଙ୍ଗରାଜରେ ହେବ ମହାଶିବରାତ୍ରୀ। ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମହାଶିବରାତ୍ରୀରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ରଖାଯାଇଛି। ଯେଉଁ ଭକ୍ତମାନେ ମନ୍ଦିର ଭିତରକୁ ଯିବେ, ସେମାନେ ଗର୍ଭଗୃକୁ ଯାଇପାରିବେ ନାହିଁ। କେବଳ ଆଡ଼କାଠରେ ରହି ମହାଦେବଙ୍କ ଦର୍ଶନ କରିବେ। ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ। କୋଭିଡ୍ ଗାଇଡ୍ଲାଇନ୍ ଭିତରେ ଜାଗର ଯାତ୍ରା କରିବାକୁ ସ୍ଥିର ହୋଇଛି। ଯେଉଁମାନଙ୍କଠାରେ କରୋନା ଲକ୍ଷ୍ୟଣ ଦେଖାଯିବା, ଦରକାର ପଡ଼ିଲେ ସେହିଠାରେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି। ଆଜିର ବୈଠକରେ ଲିଙ୍ଗରାଜ ମନ୍ଦିର ୩ ନିଯୋଗ, ବିଏମ୍ସି କର୍ତ୍ତୃପକ୍ଷ, ଲିଙ୍ଗରାଜ ମନ୍ଦିର ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ। ଯାହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଜାଗର ଯାତ୍ରା କରିବାକୁ ବିଏମ୍ସି ଏହି ନିଷ୍ପତ୍ତି ନିଆଯାଇଛି।