ଭୁବନେଶ୍ୱର : ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ମିଳିଛି ଜାମିନ୍ । ପାଠକ ବାପ ଓ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ ଉଭୟଙ୍କ ନାଁରେ ମାମଲା ଦାୟର ହୋଇଥିଲା। ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପା-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।ଅଭୟକାନ୍ତ ଓ ଆକାଶଙ୍କୁ ୨ ଲକ୍ଷ ଟଙ୍କାର ୨ଜଣଙ୍କ ଜାମିନଦାରଙ୍କ ବଦଳରେ ଏହି ଜାମିନ୍ ମିଳିଛି । ସୂଚନାଯୋଗ୍ୟ, ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଆଇଏଫ୍ଏସ୍ ଅଭୟ ପାଠକ ଏବଂ ଆକାଶ ପାଠକଙ୍କ ବିରୁଦ୍ଧରେ ଖାରମେଳ ନଗରରେ ମାମଲା ରୁଜୁ ହୋଇଥିଲା । ଅର୍ଥାତ୍ ଫେବୃଆରୀ ୨୪ ତାରିଖରେ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ ମିଳିଥିଲା। ତା’ସହିତ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ପାଠକ ବାପ ପୁଅଙ୍କୁ ଜାମିନ୍ ମିଳିଯାଇଛି। ଏହା ପୂର୍ବରୁ ଜାନୁଆରୀ ୨୭ ତାରିଖରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ଦେଇଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଥିଲେ। ତେବେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦେଇନପାରିବାରୁ ଜାମିନ ମିଳିଥିଲା। ଭିଜିଲାନ୍ସ କେସରେ ଉଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ବଳବତ୍ତର ରହିଥିଲା। ଏହାପରେ ସ୍ୱତନ୍ତ୍ର ଭିଜିଲାନ୍ସ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲା । ଏହି ସମୟରେ ତାଙ୍କ ବିରୋଧରେ ଅନ୍ୟ ମାମଲା ଥିବାରୁ ସେମାନେ ଜେଲରେ ରହିଥିଲେ ।