ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୯ .୦୩): ଭାରତ ଇରାନର ଚବାହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ। ବର୍ତ୍ତମାନର ମାନବିକ ପରିସ୍ଥିତିର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗତକାଲି ନୂଆଦିଲ୍ଲୀରେ ଆଫଗାନିସ୍ତାନ ଉପରେ ଭାରତ ଦ୍ୱାରା ଆୟୋଜିତ ପ୍ରଥମ ଭାରତ-ମଧ୍ୟ ଏସିଆ ମିଳିତ ୱାର୍କିଂ ଗ୍ରୁପ୍ ବୈଠକରେ ଆଫଗାନିସ୍ତାନରେ ବର୍ତ୍ତମାନର ରାଜନୈତିକ, ସୁରକ୍ଷା ଏବଂ ମାନବିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ବୈଠକରେ ଆଫଗାନିସ୍ତାନରେ ଶିକ୍ଷା, ମହିଳା, ବାଳିକା ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଛି। ଏହା ବ୍ୟତୀତ ସେଠାରେ ନିଶାଦ୍ରବ୍ୟ କାରବାରକୁ ରୋକିବା ସହ ଥଇଥାନ ନିମନ୍ତେ ଭାରତ ଓ ଜାତିସଂଘ କାର୍ଯ୍ୟାଳୟ ସହମତି ପ୍ରକାଶ କରିଛନ୍ତି। ବିଶେଜ୍ଞ ଭାବେ ମହିଳାମାନଙ୍କୁ ବିଶେଷ ଧ୍ୟାନ ଦିଆଯିବ ଏବଂ ବିକଳ୍ପ ଜୀବିକା ସୁଯୋଗ ବିକାଶରେ ସହାୟତା ଯୋଗାଇ ଦିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।