ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୭.୦୩): ଲମତାପୁଟ ଏସିଏଫ୍ ସୁରଜିତ ସାହୁ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପ୍ରମୋସନ ଲେଟର ନେଇ ଫେରୁଥିବା ବେଳେ ବାଟରେ ମାଡ଼ିବସିଲା ଭିଜିଲାନ୍ସ। ଭିଜିଲାନ୍ସ । ତାଙ୍କ ଗାଡ଼ିରୁ ବିପୁଳ ଟଙ୍କା ଜବତ କରିବା ସହ ତାଙ୍କ ଘର ଓ ଅଫିସରେ ଚଢ଼ାଉ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସୁରଜିତ ୩ ଦିନ ତଳେ ପ୍ରମୋସନ ପାଇଥିଲେ। ସେ ରେଞ୍ଜରରୁ ଏସିଏଫ୍କୁ ପ୍ରମୋସନ ପାଇଥିଲେ। ପ୍ରମୋସନ ପାଇଁ ସୁରଜିତ ବହୁତ ଖୁସିଥିଲେ। ଗତକାଲି ସେ ପ୍ରମୋସନ ଲେଟ୍ର ଆଣିବାକୁ କୋରାପୁଟ ଯାଇଥିଲେ। ପ୍ରମୋସନ ଲେଟର ନେଇ ଭୁବନେଶ୍ୱର ଫେରୁଥିବା ବେଳେ କୋରାପୁଟର ଗୁଣ୍ଡିଚା ମନ୍ଦିର ନିକଟରେ ଭିଜିଲାନ୍ସ ସୁରଜିତଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ି ଯାଞ୍ଚ ବେଳେ ବିପୁଳ ଟଙ୍କା ବାହାରିଥିଲା।