ବିବାହ ବନ୍ଧନରେ ବାନ୍ଧି ହେବେ ଏସିଡ୍ ଆକ୍ରମଣ ପୀଡିତା ପ୍ରମୋଦିନୀ ରାଉଳ ଓ ସରୋଜ ସାହୁ । ପ୍ରମୋଦିନୀଙ୍କ ଜୀବନ ସଂଗ୍ରାମରେ ସହଯୋଗର ହାତ ବାଇଛନ୍ତି ସରୋଜ । ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବେ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନିଆରା ଯୋଡ଼ି। କଥାରେ ଅଛି ପ୍ରେମ ସୁନ୍ଦର, ଦୁଇ ମନର ମିଳନ । ପ୍ରେମ ଦେଖେନି ଜାତି, ଧର୍ମ, ବର୍ଣ୍ଣ କି ସୌନ୍ଦର୍ଯ୍ୟ । ଏମିତି ଦୁଇ ସୁନ୍ଦର ମନ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏମାନେ ହେଲେ ଏସିଡ ଆକ୍ରମଣ ପୀଡିତା ପ୍ରମୋଦିନୀ ରାଉଳ ଓ ସରୋଜ ସାହୁ । ଆଜି ଜଗତସିଂହପୁର ସ୍ଥିତ ପ୍ରମୋଦିନୀଙ୍କ ଘରେ ଏହି ବିବାହ ଅନୁଷ୍ଠିତ ହେଉଛି । ପ୍ରମୋଦିନୀ, ଦିନେ ପାଠପଢି ଜୀବନରେ କିଛି ଲକ୍ଷ ରଖିଥିବା ଝିଅଟିର ହଠାତ ଏସିଡ ଆକ୍ରମଣ ପରେ ସବୁ କିଛି ବଦଳିଯାଏ । ଯୁକ୍ତ ଦୁଇ ପଢୁଥିବା ବେଳେ ଏକ ତରଫା ପ୍ରେମ କରୁଥିବା ଯୁବକର ପ୍ରେମ ନିବେଦନ ପ୍ରତ୍ୟାଖାନ କରିବା ତାଙ୍କ ପାଇଁ ମହଙ୍ଗା ପଡିଥିଲା । ଯୁବକର ଏସିଡ୍ ମାଡରେ ତାଙ୍କ ପୁରା ଶରୀର ଜଳିଗଲା । ଏହି ସମୟରେ ହସ୍ପିଟାଲରେ ତାଙ୍କର ଭେଟ ହୋଇଥିଲା ସରୋଜଙ୍କ ସହ । ସରୋଜ ତାଙ୍କୁ ସହଯୋଗର ହାତର ବଢାଇବା ସହ ମନୋବଳ ଦୃଢ କରିବା ପାଇଁ ତାଙ୍କୁ ସାହାସ ଯୋଗାଇଲେ । ଜଣେ ଯୁବକ ପାଇଁ ଦିନେ ତାଙ୍କ ଜୀବନ ନଷ୍ଟ ହୋଇଯାଇଥିବା ବେଳେ ଆଉ ଜଣେ ଯୁବକର ଏତେ ମାତ୍ରାରେ ସାହାର୍ଯ୍ୟ ଆଗକୁ ବଢିବାକୁ ତାଙ୍କୁ ସାହାସ ଦେଇଥିଲା । ୨୦୧୮ରେ ସେମାନଙ୍କର ନିର୍ବନ୍ଧ ହୋଇଥଲା । ଆଜି ସେମାନେ ପରିବାର, ସମ୍ପର୍କୀୟ ସାଙ୍ଗ ସାଥୀଙ୍କ ମେଳରେ ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନିଆରା ଯୋଡ଼ି।