ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୫ .୦୩): ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଶିମିଳିପାଳ ଏବେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ବନ ବିଭାଗର ଖବର ଅନୁଯାୟୀ ଶନିବାର ଶିମିଳିପାଳର ୬୪ ସ୍ଥାନରେ ନିଆଁ ଲାଗିଛି। ଶିମିଳିପାଳ ଅଭୟାରଣ୍ୟ ସମେତ ଏହାର ପାଖକୁ ଲାଗିଥିବା ବନଖଣ୍ଡରେ ଆଜି ମଧ୍ୟ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ବନବିଭାଗ କର୍ମଚାରୀ ଅସଫଳ ହେଉଥିବାବେଳେ ଶିମିଳିପାଳର ସୁରକ୍ଷା ନେଇ ରାଜ୍ୟ ସରକାର ଢ଼େର ଚିନ୍ତିତ ଅଛନ୍ତି।ଆଜି ଉତ୍ତର ଶିମିଳିପାଳର କୋର ଏବଂ ବଫର ଅଞ୍ଚଳର ୬୦ଟି ପଏଣ୍ଟରେ ନିଆଁ ଲାଗିଛି। ଆଜି ଉତ୍ତର ଶିମିଳିପାଳର ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ବରେହିପାଣି ଆଦି ରେଞ୍ଜର ୬୦ ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। ସେହିପରି ଦକ୍ଷିଣ ଶିମିଳିପାଳର ୪ଟି ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡିଛି। ଶିମିଳିପାଳ ଅଭୟାରଣ୍ୟେର ନିଆଁ ଲାଗିବା ଫଳରେ ବହୁ ବଡ଼ବଡ଼ ଗଛ ଜଳି ଯାଉଥିବା ଦେଖାଯାଉଛି। ପାରମ୍ପରିକ ପ୍ରଣାଳୀ ସହ ବ୍ଲୋୟର ମେସିନ ଦ୍ବାରା ବନ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିନାହିଁ। ପ୍ରତିଦିନ ସାଟେଲାଇଟ ରିପୋର୍ଟରୁ ଓଡ଼ିଶାର କେଉଁ କେଉଁ ଜଙ୍ଗଲରେ ନିଆଁ ଲାଗିଛି ତାହା ଜଣାପଡୁଛି। ଶିମିଳିପାଳରେ ନିଆଁ ଲାଗିବା ଘଟଣା ସମ୍ପର୍କରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଚକ୍ରଧର ହେମ୍ବ୍ରମ୍ କହିଛନ୍ତି ଯେ ‘ବିଗତ ବର୍ଷରେ ଶିମିଳିପାଳ ନିଆଁ ଲାଗିଲେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମ ନିୟୋଜିତ ହେଉଥିଲେ। କିନ୍ତୁ ଚଳିତବର୍ଷ ହୁହୁ ହେଇ ଶିମିଳିପାଳରେ ନିଆଁ ଲାଗିଥିଲେ ବି ଏମାନଙ୍କୁ କାହାରିକୁ ଡ଼କାଯାଇ ନାହଁ