ଯାଜପୁର,(ଏନଏନଏସ ଓଡ଼ିଆ /୦୫.୦୩): ଯାଜପୁର ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଅ ତାର ନିଜ ଜନ୍ମକଲା ମାଆକୁ କଟୁରୀରେ ହାଣି ହତ୍ୟା କରିଛି । ମାଆକୁ ହାଣିଦେବା ଫଳରେ ସାଙ୍ଗେ ସାଙ୍ଗେ ମାଆର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଂଝାରପୁର ବିନ୍ଧାଣି ଗ୍ରାମରେ ଜଣକ ଘରେ ପାରିବାରିକ କଳହ ହୋଇଥିଲା । କଳହ ଚରମସୀମାରେ ପହଁଚିବା ହେତୁ ପୁଅ ମାଆକୁ କଟୁରୀରେ ହାଣି ରକ୍ତାକ୍ତ କରିଦେଇଥିଲା । ତେବେ ସାଙ୍ଗେ ସାଙ୍ଗେ ମାଆଟିର ଜୀବନ ଚାଲିଯାଇଛି ।
ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ପୁଅକୁ ଥାନାକୁ ନେଇଯାଇଛି । ଅନ୍ୟାନ୍ୟ ତଥ୍ୟ ପାଇବା ପାଇଁ ମୃତକଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ପୁଅ ଥାନାରେ ଅଟକ ଥିବା ସୂଚନା ମିଳିଛି ।