ଝାରସୁଗୁଡ଼ା,(ଏନଏନଏସ ଓଡ଼ିଆ /୦୩ .୦୩): ପୁଣି ଖାରଜ ହେଲା କ୍ରାଇମବ୍ରାଞ୍ଚର ରିଭିଜନ ପିଟିସନ୍। ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁର ନିମହାନ୍ସକୁ ନେବା ଲାଗି କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତ ଖାରଜ କରିଛନ୍ତି। ରିଭିଜନ ପିଟିଶନ ଖାରଜ ପରେ ହାଇକୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ। ପୂର୍ବରୁ କ୍ରାଇମବ୍ରାଞ୍ଚ ଆବେଦନକୁ ନିମ୍ନ ଅଦାଲତ ଖାରଜ କରିଥିଲେ। ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା କ୍ରାଇବ୍ରାଞ୍ଚ।