କଟକ,(ଏନଏନଏସ ଓଡ଼ିଆ /୨୮.୦୨): କଟକରୁ ପୁଣି ଜବତ ହୋଇଛି ନକଲି ମେଡିସିନ୍ । ଝାଡା ରୋଗ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହାର ହେଉଥିବା ୨ ଲକ୍ଷ ନକଲି ‘ଓ-୨’ ଔଷଧ ଜବତ କରାଯାଇଛି । ପ୍ରାୟ ୧୨ ଶହ ଷ୍ଟ୍ରିପ୍ ନକଲି ‘ଓ-୨’ ମେଡିସନ୍ ଜବତ ହୋଇଛି । ପୂର୍ବରୁ ରକ୍ତଚାପ ଏବଂ ଗ୍ୟାସ୍ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଔଷଧ ଜବତ ହୋଇଥିବା ବେଳେ ଏବେ ନକଲି ‘ଓ-୨’ ମେଡିସନ୍ ଜବତ ହେବା ପ୍ରଶାସନର ଚିନ୍ତା ବଢାଇଦେଇଛି । ଏକ ପ୍ରତିଷ୍ଠିତ ଔଷଧ ନିର୍ମାଣକାରୀ ସଂସ୍ଥା ‘ମେଡଲେ’ କମ୍ପାନୀର ଏହି ‘ଓ-୨ ଔଷଧକୁ ନକଲି ଭାବେ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଥିଲା ।