ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୭.୦୨): ଆସନ୍ତା ମାସ ୧ ତାରିଖରେ ପ୍ରଦୀପ ଜେନା ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ପ୍ରଦୀପ ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ୍ କମିଶନର (ଏସଆରସି) ଦାୟିତ୍ୱରେ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁରେଶଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଦ୍ୱିତୀୟ ଥର ଛଅ ମାସ ପାଇଁ ବୃଦ୍ଧି କରିଥିଲେ । ଏପରିକି ତାଙ୍କର କାର୍ଯ୍ୟକାଳ ତୃତୀୟ ଥର ପାଇଁ ମଧ୍ୟ ବୃଦ୍ଧି ହେବା ନେଇ ଚର୍ଚ୍ଚା ହେଉଥିଲା । ସୁରେଶଙ୍କ କାର୍ଯ୍ୟକାଳ ସମାପ୍ତ ପରେ ମୁଖ୍ୟ ଶାସନ ସଚିବ ପଦରେ କାହାକୁ ନିଯୁକ୍ତି ମିଳିବ ସେନେଇ ରେସରେ ଏକାଧିକ ଅଧିକାରୀ ରହିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପ୍ରଦୀପ କୁମାର ଜେନା, ପ୍ରଦୀପ୍ତ କୁମାର, ତୁହିନ କାନ୍ତ ପାଣ୍ଡେ, ରାଜେଶ ବର୍ମା, ସିଜେ ବେଣୁଗୋପାଳ, ରାଜକୁାର ଶର୍ମା, ନିକୁଞ୍ଜ କିଶୋର ସୁନ୍ଦରାୟ, ମୋନା ଶର୍ମା ପ୍ରମୁଖ ।