କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । କିନ୍ତୁ ବିସ୍ଫୋରଣ ହେବା ପୂର୍ବରୁ ଉପସ୍ଥିତି ବୁଦ୍ଧି କାମ କରିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଘଟଣ । ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ୱାର୍ଡରେ ଟ୍ୟୁମର ରୋଗର ଅପରେସନ ପରେ ଚିକିତ୍ସିତ ହେଉଥିଲେ ମନୋରମା ସାହୁ। ଆଉ ମେଡିକାଲରେ ତାଙ୍କ ସହିତ ରହୁଥିଲେ ମନୋରମାଙ୍କ ଝିଅ ଲିଲିଲତା ସାହୁ। ତେବେ ହସପିଟାଲ ବେଡରେ ଶୋଇଥିବା ମାଙ୍କ ମୁଣ୍ଡ ପାଖରେ ଝିଅ ଲିଲି ଲତାଙ୍କ ହ୍ୟାଣ୍ଡ ବ୍ୟାଗ। ଉକ୍ତ ବ୍ୟାଗ ଭିତରେ ଲିଲି ତାଙ୍କ ମୋବାଇଲ ଫୋନ୍ ରଖିଥିଲେ। କିନ୍ତୁ ମୋବାଇଲଟି ବ୍ୟାଗରେ ଥିବାବେଳେ ହଠାତ୍ ଫାଟି ଯାଇଥିଲା ଆଉ ସେଥିରୁ ଧୂଆଁ ବାହାରିଥିଲା। ମୋବାଇଲଟି ଫାଟି ନିଆଁ ବାହାରିବାବେଳେ ମନୋରମାଙ୍କ ଝିଅ ଏହା ଦେଖିଦେଇଥିଲେ। ଆଉ ନିଜ ଉପସ୍ଥିତି ବୁଦ୍ଧିର ପ୍ରୟୋଗ କରି ମୋବାଇଲକୁ ତୁରନ୍ତ ନେଇ ପାଖରେ ଥିବା ବାଥରୁମରେ ଫୋପାଡିଦେଲେ। ଯାହାଫଳରେ ବହୁତ ବଡ ଦୁର୍ଘଟଣାରୁ ବଞ୍ଚିଗଲେ ମନରୋମା। କିଛି ସମୟୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା କିନ୍ତୁ ବର୍ତ୍ତମାନ ସ୍ଥିତି ଶାନ୍ତ ଥିବା ଜଣାପଡିଛି । ତେବେ ଏଇଠି ଆମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ମୋବାଇଲ ଠାରୁ ଯଥେଷ୍ଟ ଦୂରତା ରକ୍ଷା କରନ୍ତୁ। କାହିଁକିନା ଏହା ଯେତେ ଭଲ ଆଉ ଯେତେ ମନୋରଞ୍ଜନ ଦେଇଥାଏ ଦୁର୍ଘଟଣା ବି ସେତେ ବଡ କରିଥାଏ। ତେଣୁ ଚେଷ୍ଟା କରନ୍ତୁ ମୋବାଇଲକୁ ଯେତେ କମ୍ ବ୍ୟବହାର କରିବା ଏବଂ ସବୁଠୁ ବଡ କଥା ହେଉଛି ଆପଣ ସବୁବେଳେ ଭଲ କମ୍ପାନୀର ମୋବାଇଲ ଧରନ୍ତୁ କାହିଁକିନା ଶସ୍ତା ଆଉ କମ୍ ଦାମର ବ୍ୟାଟେରୀ ଥିବା ମୋବାଇଲ ଫୋନ୍ କେତେବେଳେ ଯେ ବ୍ଲାଷ୍ଟ ହେବ ତାହା କେହିକରିବେନି। ଏହା ସହ ଆମେ କହିରଖିବାକୁ ଚାହିଁବୁ ଯେ ଯଦି ଆପଣ ଦେଖୁଛନ୍ତି ମୋବାଇଲର ବ୍ୟାଟେରୀ ଫୁଲି ଯାଇଛି ସେତେବେଳେ ଆପଣ ତୁରନ୍ତ ଏହାର ମରାମତି କରନ୍ତୁ। କିଛି ବିପଦ ଘଟିବା ଆଗରୁ ପୂର୍ବରୁ ସାବଧାନ ହୋଇଯାନ୍ତୁ।