ମୁମ୍ୱାଇ,(ଏନଏନଏସ ଓଡ଼ିଆ /୨୬.୦୨): ‘ ଭୁଲ୍ ଭୁଲେୟା ୨’ ପରେ ଶୁଣିବାକୁ ମିଳୁଥିଲା ଯେ, ‘ହେରା ଫେରି ୩’ରେ କାର୍ତ୍ତିକ ଆର୍ୟନଙ୍କୁ ଅକ୍ଷୟ କୁମାରଙ୍କ ସ୍ଥାନରେ ଦେଖିବାକୁ ମିଳିବ। କିନ୍ତୁ ବର୍ତ୍ତମାନ ସବୁ ଚର୍ଚ୍ଚା ଶେଷ ହୋଇଛି । କାରଣ ଫିଲ୍ମର ତୃତୀୟ ସିକ୍ୱେଲରେ ମଧ୍ୟ ଆପଣଙ୍କୁ ବାବୁ ଭାଇ ଓ ଘନଶ୍ୟାମଙ୍କ ସହିତ ରାଜୁଙ୍କ ଭୂମିକାରେ ଅକ୍ଷୟ କୁମାର ଙ୍କୁ ଦେଖିବାକୁ ମିଳିବ ।ଏଥିସହିତ, ‘ହେରା ଫେରି ୩’ ର ନିର୍ଦ୍ଦେଶନା ଦାୟିତ୍ୱ ଆନିଜ ବାଜମି ନୁହେଁ ବରଂ ଫରହାଦ୍ ସାମଜୀ ନେବେ। ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ତେବେ କିଛି ମାସ ପୂର୍ବରୁ ଅକ୍ଷୟ କୁମାର ସ୍କ୍ରିପ୍ଟ ପସନ୍ଦ ଆସୁ ନାହିଁ ଦର୍ଶାଇ ମନା କରିଦେଇ ଥିଲେ। ଏଭଳି ପରିସ୍ଥିତିରେ ଫିଲ୍ମରେ ତାଙ୍କର ପ୍ରତ୍ୟାବର୍ତ୍ତନ କେବଳ ପ୍ରଶଂସକଙ୍କୁ ନୁହେଁ ବଲିଉଡକୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଯେ କାର୍ତ୍ତିକ ଆର୍ୟନ୍ ଏହି ଚଳଚ୍ଚିତ୍ର କରୁନାହାଁନ୍ତି । କୁହାଯାଉଥିଲା ଯେ, ସେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ। ଏହା ପରେ ସୁନୀଲ ଶେଟ୍ଟୀ କହିଥିଲେ ଯେ କାଷ୍ଟିଂରେ ବୋଧହୁଏ କିଛି ହେରାଫେରି ହୋଇଛି , କିନ୍ତୁ ଏସବୁ କିପରି ଘଟିଲା ସେ ଜାଣି ନାହାନ୍ତି । ଆମେ ଭାବୁଛୁ ଯେ ଅକ୍ଷୟଙ୍କୁ ଫେରାଇ ଆଣିବାରେ ଫିରୋଜ ଏବଂ ସୁନୀଲଙ୍କ ହାତ ରହିଛି।