ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୫.୦୨): ଆଜି ବିହାର ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହା । 24 ଲୋକସଭା ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଦେବେ ମନ୍ତ୍ର । ଦୁଇଟି ଜନସଭାକୁ କରିବେ ସମ୍ବୋଧନ । ପ୍ରଥମ ସଭା ବାଲ୍ମିକିନଗର ଲୋକସଭା ନିର୍ବାଚନମଣ୍ଡଳୀରେ ଶ୍ରମିକ ସମ୍ମିଳନୀ ଆକାରରେ ହେବ। ଏଥି ସହିତ ଶାହା ପାଟନାରେ କିସାନ-ଲେବର ସାମାଗାମରେ ମୁଖ୍ୟ ବକ୍ତା ହେବେ।
2024 ଲୋକସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜେପି ନାଡ୍ଡାଙ୍କ ପରେ ବର୍ତ୍ତମାନ ଅମିତ ଶାହା ବିହାର ଗସ୍ତରେ ଆସୁଛନ୍ତି। ଅନ୍ୟପଟେ ଶାହାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅମିତ ଶାହାଙ୍କ ଗସ୍ତ ସମୟରେ ହେଲିକପ୍ଟର, ବିମାନର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ବାହିନୀ ନିୟୋଜିତ କରାଯାଇଛି। ଶାହଙ୍କ ଗସ୍ତ ସମ୍ପର୍କରେ ଏଡିଜି ସୁରକ୍ଷା ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।