ଉମରକୋଟ,(ଏନଏନଏସ ଓଡ଼ିଆ /୨୪.୦୨): କିଛିଦିନର ନୀରବତା ପରେ ମାଓବାଦୀମାନେ ନବରଙ୍ଗପୁର ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଛନ୍ତି । ପୋଲିସ୍ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ । ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ ।ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ କେରାଡ଼ିହିରେ ଘଟିଛି ଘଟଣା । ହତ୍ୟା ପରେ ମୃତଦେହ ନିକଟରେ ମାଓବାଦୀ ଛାଡ଼ିଯାଇଛନ୍ତି ପୋଷ୍ଟର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ ତଦନ୍ତ କରିଛି ।