ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୪.୦୨): ଗତବର୍ଷ ଫେବୃଆରୀ ମାସରେ ଅଲିମ୍ପିଆନ ବିରେନ୍ଦ୍ର ରହୁଥିବା ଫ୍ଲାଟରୁ ତାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ବିବାହ କରିବାର କିଛିଦିନ ପରେ ଭୁବନେଶ୍ୱର ବୁଲିବାକୁ ଯାଇଥିବା ବେଳେ ସେଠାରୁ ରାଉରକେଲା ଫେରିବା ଦିନ ସକାଳୁ ଆନନ୍ଦଙ୍କର ମୃତଦେହ ଉକ୍ତ ଫ୍ଲାଟରୁ ଉଦ୍ଧାର ହୋଇଥିଲା । ଏହି ମୃତ୍ୟୁ ପଛରେ ବିରେନ୍ଦ୍ର ଓ ତାଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ହାତ ଥିବା ଆନନ୍ଦଙ୍କ ପରିବାର ପକ୍ଷରୁ ସାଂଘାତିକ ଅଭିଯୋଗ ଆସିଥିଲା । ତେବେ ଏହି ମାମଲାରେ ଆଜି ଏକ ବଡ଼ ଅପଡେଟ୍ ଆସିଛି । କୋର୍ଟରେ କମିଶନରେଟ୍ ପୋଲିସ ରିପୋର୍ଟ ଦାଖଲ କରିଛି । ବିରେନ୍ଦ୍ରଙ୍କୁ କମିଶନରେଟ୍ ପୋଲିସର କ୍ଲିନଚିଟ୍ ଦେଇଛି । ଆନନ୍ଦଙ୍କ ମୃତ୍ୟୁକୁ ପୋଲିସ ପକ୍ଷରୁ ଆତ୍ମହତ୍ୟା ଦର୍ଶାଯାଇଛି । ପୋଷ୍ଟମର୍ଟମ, ଭିସେରା ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ବୋଲି କୁହାଯାଇଛି । ବିରେନ୍ଦ୍ରଙ୍କ ସମ୍ପୃକ୍ତି ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ତେଣୁ ହାଇକୋର୍ଟ ମାମଲାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।