ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୩.୦୨): ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ ମଜବୁତ କରିବାରେ ଲାଗିପଡ଼ିଛି ଦଳ । ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ତେବେ ସିଦ୍ଧାନ୍ତଙ୍କୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା କେତେଦୂର ଠିକ୍, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ସିଦ୍ଧାନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ପ୍ରଦୀପ ଚୁପ୍ ବସିନାହାନ୍ତି । ପ୍ରଦୀପ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ କର୍ମୀମାନେ ତାଙ୍କୁ ଫୁଲବର୍ଷା କରି ସ୍ୱାଗତ କରିଛନ୍ତି । ତେବେ ଯଦି ସବୁକିଛି ଠିକଠାକ ରୁହେ, ତେବେ ଆସନ୍ତା ନିର୍ବାଚନରେ ସିଦ୍ଧାନ୍ତ-ପ୍ରଦୀପ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିପାରେ ।