ମୁମ୍ବାଇ: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଲା । ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ। ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ସୋସିଆଲ ମିଡ଼ିଆରେ ବିଗ ବି ଅଧିକାଂଶ ସମୟରେ କିଛି ନା କିଛି ପୋଷ୍ଟ କରିଥାନ୍ତି। ସେ ନିଜ ଅନୁଭୂତିକୁ ବ୍ଲଗ୍ ଜରିଆରେ ସେୟାର କରନ୍ତି। ଏହି ମହାନାୟକଙ୍କ ଏକ ବ୍ଲଗ ଲୋକଙ୍କୁ ଏକ ବଡ ଝଟକା ଦେଇଛି। ବିଗ୍ ବିଙ୍କ ଏକ ବ୍ଲଗରୁ ଜଣାପଡିଛି ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଅସୁସ୍ଥତା ଯୋଗୁଁ ତାଙ୍କୁ ସର୍ଜରୀ କରିବାକୁ ହେବ ସାମ୍ନାକୁ ଆସିଛି ।ବିଗ ବି’ଙ୍କ ଏହି ସୂଚନା ପାଇ ତାଙ୍କ ଫ୍ୟାନ୍ମାନେ ଦୁଃଖିତ ହୋଇଛନ୍ତି। ଅମିତାଭ ବ୍ଲଗ ଜରିଆରେ ନିଜ ସର୍ଜରୀ ବିଷୟରେ ସୂଚନା ଦେଇଛନ୍ତି। ଶନିବାର ଦିନ ବିଗ ବି’ ନିଜ ବ୍ଲଗରେ ଲେଖିଛନ୍ତି, ଲେଖିଛନ୍ତି, ” ମେଡିକାଲ୍ କଣ୍ଡିସନ୍…ସର୍ଜରୀ…ମୁଁ ଏବେ ଲେଖି ପାରିବିନି”। ବିଗ୍ ବିଙ୍କ ଏହି ବ୍ଲଗ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଅମିତାଭଙ୍କ ଏହି ବ୍ଲଗକୁ ଦେଖିଲେ ତାଙ୍କର ସର୍ଜରୀ ହେବାର ଅଛି ନା ହୋଇସାରିଛି ତାହା କୁହାଯାଇପାରୁ ନାହିଁ। ବ୍ଲଗ୍ ପଢିବା ପରେ ଲୋକେ ତାଙ୍କ ସୁସ୍ଥ କାମନା କରୁଛନ୍ତି।