ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୩.୦୨): ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ଯେତିକି ଦିନ ଗଡୁଛି ସେତିକି ଜଟିଳ ହେଉଛି ମାମଲା। ହତ୍ୟା ପଛରେ କାରଣ କଣ ଜାଣିବାକୁ ସବୁ ପ୍ରକାର ଟେଷ୍ଟ ସରିଛି ତଥାପି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ମୁଣ୍ଡରେ କଣ ଅଛି ସଠିକ ଭାବେ କହି ପାରୁନି କ୍ରାଇମବ୍ରାଞ୍ଚ। ଏଥି ପାଇଁ ଏବେ ଆମେରିକାର ପ୍ରମୁଖ ତଦନ୍ତକାରୀ ସଂସ୍ଥା ୠଈଓ (ୠରୟରକ୍ସବକ୍ଷ ଈଙ୍କକ୍ସରବଙ୍କ କ୍ଟଲ ଓଦ୍ଭଙ୍ଖରଗ୍ଦଗ୍ଧସଶବଗ୍ଧସକ୍ଟଦ୍ଭ)ର ସହାୟତା ଲୋଡ଼ିଛି କ୍ରାଇମବ୍ରାଞ୍ଚ। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ୠଈଓର ବିହେବିହରାଲ ସପୋର୍ଟ ୟୁନିଟ (ଈରଷବଙ୍ଖସକ୍ଟକ୍ସବକ୍ଷ ଝଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧ ଟଦ୍ଭସଗ୍ଧ) ଗୋପାଳଙ୍କ ଆଚରଣର ଆକଳନ କରିବ। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। କାରଣ ଅଭିଯୁକ୍ତ ଗୋପାଳ ଦାସଙ୍କ ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ଏତେ ବଡ଼ ହାଇପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତି ସତ୍ତ୍ବେ ଗୋପାଳ ଏକ ପ୍ରକାର ନିର୍ବିକାର ଅଛନ୍ତି। ହାବଭାବ, ଚାଲିଚଲଣ ପ୍ରାୟତଃ ସ୍ବଭାବିକ ରହିଛି। ତେଣୁ ପଲିଗ୍ରାଫ, ନାର୍କୋ ଆନାଲିସିସ ଆଦି ଟେଷ୍ଟ ପରେ ଏଯାଏ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନି କ୍ରାଇମବ୍ରାଞ୍ଚ। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା କୁହାଯାଉଥିଲେ ମଧ୍ୟ ଦୃଢ଼ତାର ସହ ଘୋଷଣା କରିପାରୁନି କ୍ରାଇମବ୍ରାଞ୍ଚ। ତେଣୁ ବଡ଼ ବଡ଼ ଅପରାଧର ତଦନ୍ତ କରିଥିବା ୠଈଓର ସହାୟତା ଲୋଡ଼ିଛି କ୍ରାଇମବ୍ରାଞ୍ଚ। ତେବେ ଗୃହ ମନ୍ତ୍ରାଳୟର ଅନୁମତି ପରେ ଗୋପାଳଙ୍କୁ ଆମେରିକା ନିଆଯିବ ନା ୠଈଓ ଟିମ୍ ଓଡ଼ିଶା ଆସିବେ ତାହା ସ୍ପଷ୍ଟ ହୋଇପାରିନି। ଆମେରିକାର ତଦନ୍ତକାରୀ ସଂସ୍ଥା ୠଈଓ, ଫେଡେରାଲ ବ୍ୟୁରୋ ଅଫ ଇନ୍ଭେଷ୍ଟିଗେସନ ବିଶ୍ବର ସବୁଠାରୁ ଦକ୍ଷ ତଦନ୍ତକାରୀ ସଂସ୍ଥା। ଆମେରିକାର ଆଭ୍ୟନ୍ତରୀଣ ମାମଲାର ତଦନ୍ତ କରିଥାଏ ୠଈଓ। ଜାତୀୟ ସୁରକ୍ଷା ଓ ଆତଙ୍କବାଦ ନିରୋଧୀ କାର୍ୟ୍ୟକଳାପର ଯାଞ୍ଚ କରିଥାଏ। ୨୦୦ରୁ ଅଧିକ ପ୍ରକାରର ଅପରାଧର ତଦନ୍ତ କରିଥାଏ ୠଈଓ। ଆମେରିକାର ୫୬ଟି ସହରରେ ରହିଛି ୠଈଓର କାର୍ୟ୍ୟାଳୟ। ବିଭିନ୍ନ ଦେଶରେ ଥିବା ଆମେରିକୀୟ ଦୂତାବାସରେ ରହିଛି ୠଈଓର ଅଫିସ। ବିଦେଶରେ ମଧ୍ୟ ଗୁଇନ୍ଦା ତଥ୍ୟ ସଂଗ୍ରହ କରିଥାଏ ୠଈଓ। ଉଓଇକୁ ସହାୟତା କରିଥାଏ ୠଈଓ। ୧୯୦୮ରେ ଗଠନ ହୋଇଥିଲା ୠଈଓ। ଅନ୍ୟ ଦେଶକୁ ମଧ୍ୟ ତଦନ୍ତରେ ସହାୟତା କରିଥାଏ ୠଈଓ। କୌଣସି ଦେଶ ସହାୟତା ଲୋଡ଼ିଲେ ସମ୍ପୃକ୍ତ ଦେଶକୁ ସାହାଯ୍ୟ କରିଥାଏ ୠଈଓ। ସମ୍ପୃକ୍ତ ଦେଶର ତଦନ୍ତକାରୀ ସଂସ୍ଥା ସହ ମିଶି କାର୍ୟ୍ୟ କରିଥାଏ। ତଥ୍ୟ ଓ ପ୍ରମାଣ ସଂଗ୍ରହରେ ସହାୟତା କରିଥାଏ ୠଈଓ। ସାହାଯ୍ୟ ମାଗିଥିବା ଦେଶର ତଦନ୍ତକାରୀ ସଂସ୍ଥା ଓ ପୋଲିସକୁ ତାଲିମ ମଧ୍ୟ ଦେଇଥାଏ। ବିଭିନ୍ନ ଆମେରିକୀୟ ଦୂତାବାସରେ ରହିଛି ୠଈଓର ଅଫିସ। ୧୮୦ ଦେଶରେ ରହିଛି ୠଈଓର ଆଇନ୍ ସହାୟତା କାର୍ୟ୍ୟାଳୟ। ବିଦେଶରେ ୨୫୦ରୁ ଅଧିକ ସ୍ବତନ୍ତ୍ର ଏଜେଣ୍ଟ କାର୍ୟ୍ୟ କରୁଛନ୍ତି।