ପୁରୀ,(ଏନଏନଏସ ଓଡ଼ିଆ /୨୩.୦୨): ନୂଆ ରୂପ ପାଇଛି ଉତ୍କଳମଣୀ ଗୋପବନ୍ଧୁଙ୍କ ପୀଠ ସୁଆଣ୍ଡୋ । ଏଥିପାଇଁ ଗ୍ରାମବାସୀ ବେଶ୍ ଉତ୍ସାହିତ । ସୁଆଣ୍ଡୋ ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ କରିବା ସହିତ ଉତ୍କଳମଣୀଙ୍କ ପୀଠର ଉନ୍ନତିକରଣ ପାଇଁ ସରକାର ସହଯୋଗର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ। ଆଜି ଏହାକୁ ଜନସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) । ପ୍ରାୟ ୨୫ କୋଟି ଟଙ୍କାର ଏହି ପ୍ରକଳ୍ପରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇ ଗୋଟି ପୋଖରୀ, ପୈତୃକ ବାସଗୃହ, ଗାଁରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି, ଷଠି ଘର କାର୍ଯ୍ୟ ହୋଇଛି ।
ବିଶେଷକରି ସୁଆଣ୍ଡୋକୁ ନୂଆ ରୂପରେଖ ଦିଆଯିବା ପରେ ଗ୍ରାମବାସୀ ବେଶ୍ ଉତ୍ସାହିତ । ସୁଆଣ୍ଡୋ ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ କରିବା ସହିତ ଉତ୍କଳମଣୀଙ୍କ ପୀଠର ଉନ୍ନତିକରଣ ପାଇଁ ସରକାର ସହଯୋଗର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଣିକି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍କଳମଣୀଙ୍କ ସଂପର୍କରେ ଅଧିକ ଜାଣିବାର ସୁଯୋଗ ପାଇ ପାରିବେ ।