ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୨): ବ୍ରାଜିଲର ସାଓ ପାଉଲୋ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଜଟିଳ ରୂପ ଧାରଣ କରିଛି । ବନ୍ୟା ଓ ଭୂସ୍ଖଳନ ହେତୁ ଉତ୍ତର ସାଓ ପାଉଲୋରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବ୍ରାଜିଲରେ ହେଉଥିବା ଲଗାଣ ବର୍ଷା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି। ବନ୍ୟା ଯୋଗୁଁ ବହୁ ସଡକ ପଥ ଧୋଇ ହୋଇ ଯାତାୟାତରେ ସମସ୍ୟା ଦେଖାଦେଇଛି। ଅଧିକାଂଶ ସ୍ଥାନରେ ଆକାଶ ମାର୍ଗରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।