କଟକ ଜିଲ୍ଲା ନରସିଂହପୁର ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ। ତେବେ ବିର୍ତ୍ତି ଯାଇଛନ୍ତି ଆଇପିଏସ ଦମ୍ପତି ଓ ଅନ୍ୟ ପର୍ଯ୍ୟଟକ। ରବିବାର ଉଦଯାପିତ ହେବା ପୂର୍ବରୁ ପର୍ଯ୍ୟଟକ ରହୁଥିବା ଟେଣ୍ଟ ସବୁ ନିଆଁ ଲାଗି ପୋଡିଯାଇଛି । ମିଳିଥିବା ସୂଚନା ମୁତାବକ, ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ନିଆଁ ଲାଗି ୩ଟି ରୟାଲ କଟେଜ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ନିଅଁ ଲାଗିବ ସମୟରେ ଏହି କଟେଜ ଗୁଡିକ ଖାଲିଥିଲା। ଏଥିରେ କୌଣସି ପର୍ଯ୍ୟଟକ ନଥିଲେ। ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ରବିବାର ଟେଣ୍ଟ ଭିତରେ ରାତ୍ରି ଯାପନ କରୁଥିଲେ ଉଚ୍ଚ ପଦସ୍ଥ ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା ଅଳ୍ପକେ ବର୍ତ୍ତିଯାଇଛନ୍ତି ।ସଂଜୀବ ପଣ୍ଡା ଓ ତାଙ୍କ ସାଥିମାନେ ଟେଣ୍ଟ୍ ଭିତରେ ଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି ।