ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୮.୦୨): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ବଢୁଛି ଅଡ଼ୁଆ । ଧନୁପାଲି ଆଇଆଇସିଙ୍କୁ ଆକ୍ରମଣ ପ୍ରତିବାଦରେ ପ୍ରଗତି ଫାଉଣ୍ଡେସନ ପକ୍ଷରୁ ବିକ୍ଷୋଭ ସହ ଜୟନାରାୟଣ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଛି । ବିରୋଧୀ ଦଳ ନେତା ପଦରୁ ବହିଷ୍କାର ଦାବି କରିଛି ଫାଉଣ୍ଡେସନ । ଯଦି ବହସ୍କାର ନକରାଯାଉଛି ତେବେ ଘରୁ ବାହାରି ମହିଳାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ପ୍ରଗତି ଫାଉଣ୍ଡେସନର ସଦସ୍ୟ । ଗତକାଲି କିନ୍ନର ସଂଘ ପକ୍ଷରୁ ମଧ୍ୟ ଜୟନାରାୟଣଙ୍କ ବାସଭବନ ଘେରାଉ କରାଯାଇଥିଲା । ଜୟନାରାୟଣଙ୍କ ଇସ୍ତଫା ଦାବି ସହ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ସେମାନେ ଜୋରଦାର ବିକ୍ଷୋଭ କରିଥିଲେ। ଜୟନାରାୟଣଙ୍କ ଘର ଆଗରେ ପ୍ରତିବାଦ ଆନ୍ଦୋଳନ କରି ଥକି ପଡ଼ିଥିବା ବେଳେ ସେମାନଙ୍କୁ ମିଠା, ପାଣି, ଚା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ।