ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୮.୦୨): ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ବାପା ଟଙ୍କା ଦେବାକୁ ମନା କରିବାରୁ କ୍ରୋଧ୍ୱାନ୍ୱିତ ହୋଇ ବାପାଙ୍କ ତଣ୍ଟି କାଟି ଦେଲା ପୁଅ । ବାପାଙ୍କ ତଣ୍ଟି କାଟିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ହେଲେ ସୁବାଶ ନଗର ବସ୍ତିର ସନାତନ ନାୟକ । । ଘଟଣା ଦିନ ସନାତନ ତାଙ୍କ ବାପାଙ୍କୁ କିଛି ଟଙ୍କା ମାଗିଥିଲେ । ତାଙ୍କ ବାପା ଟଙ୍କା ଦେବାପାଇଁ ମନା କରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଧମକ ଦେଇଥିଲେ । ତାଙ୍କ ବାପା ତାଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ହଠାତ ଉତ୍ୟକ୍ତ ହୋଇ ଘରୁ ଏକ ବ୍ଲେଡ ଆଣି ତାଙ୍କ ବାପାଙ୍କ ବେକକୁ କାଟି ପକାଇଥିଲେ ।
ଫଳରେ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ତାଙ୍କ ବାପାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏମ୍ସ ହସ୍ପିଟଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଅଭିଯୋଗପରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ ।