ମୁମ୍ଵାଇ,(ଏନଏନଏସ ଓଡ଼ିଆ /୧୭.୦୨): ବଲିଉଡର ଚର୍ଚ୍ଚିତ ଲଭବାର୍ଡ କିଆରା-ସିଦ୍ଧାର୍ଥ ପରସ୍ପରର ହାତକୁ ସବୁଦିନ ପାଇଁ ଧରିଛନ୍ତି । ଉଭୟ ନିଜ ବିବାହକୁ ରାଜକୀୟ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲେ। ବିବାହ ସ୍ଥାନଠାରୁ ଆରମ୍ଭ କରି ପୋଷାକ ଏବଂ ଖାଦ୍ୟ- ପାନୀୟ ପର୍ଯ୍ୟନ୍ତ ସବୁକିଛି ପାଇଁ ଗ୍ରାଣ୍ଡ ଢଙ୍ଗରେ କରିଥିଲେ। ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠବନ୍ଧୁ ସାମିଲ୍ ହୋଇଥିଲେ । ବିବାହ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ବିବାହର କିଛି ଅନସିନ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ, ଏହି ଦୁଇ ତାରକା ପରସ୍ପର ସହିତ କୁଲ୍ ପୋଜ୍ ଦେଉଥିବାର ନଜର ଆସିଥିଲେ ।
ଏହି ଫଟୋ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରୁ ଆସିଛି। ଏହି ରାଜପ୍ରାସାଦରେ ଏହି ଦୁଇ ତାରକା ବିବାହ ପୋଷାକରେ ପରସ୍ପର ସହ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା। ଫଟୋରେ କିଆରା ଏବଂ ସିଦ୍ଧାର୍ଥ କ୍ୟାମେରା ଆଗରେ ଏତେ ମଜାରେ ବୁଡି ରହିଥିବାର ଦେଖାଯାଇଥିଲା । କିଆରା ତାଙ୍କ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ସିଦ୍ଧାର୍ଥ କ୍ରିମ୍ ଏବଂ ସୁବର୍ଣ୍ଣ ରଙ୍ଗର ମିଶ୍ରଣର ଶେରୱାନି ପିନ୍ଧିଛନ୍ତି । କିଆରା ଏବଂ ସିଦ୍ଧାର୍ଥ କୁଲ୍ ଅନ୍ଦାଜ୍ରେ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ଏହା ସହ କିଆରା କ୍ୟାମେରା ଆଡକୁ ଚାହିଁଥିବାବେଳେ ସିଦ୍ଧାର୍ଥ କିଆରାଙ୍କୁ ସ୍ନେହ ଭରା ଆଖିରେ ଚାହିଁଥିବାର ନଜର ଆସିଛନ୍ତି। ବିବାହରେ ମନୀଷ ମାଲହୋତ୍ରା ଡିଜାଇନର୍ ବିବାହ ପୋଷାକ ପିନ୍ଧିଥିଲେ। ବିବାହ ପରେ ଏହି ଦୁଇ ତାରକା ମନୀଷ ମଲହୋତ୍ରା ଏବଂ ପୁରା ଟିମ୍ ସହିତ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା।