ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୭.୦୨): ମହାଶିବରାତ୍ରୀରେ ଭଗବାନ ଶିବଶଙ୍କରଙ୍କୁ ପୂଜା କରିବା ସମୟରେ ଗଙ୍ଗାଜଳ, କ୍ଷୀର ଓ ପଞ୍ଚାମୃତ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଧାର୍ମିକ ମାନ୍ୟତାନୁଯାୟୀ,ଭଗବାନ ଶଙ୍କରଙ୍କୁ କ୍ଷୀର ଖୁବ ପ୍ରିୟ। ଏହି କାରଣରୁ ମହାଶିବରାତ୍ରୀ ଦିନ ପ୍ରଭୁଙ୍କ ପୂଜାରେ ଗାଈ କ୍ଷୀର ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଶନିଦେବ ଶାନ୍ତ ହୋଇଥାଆନ୍ତି।
ଏହି ଦିନ ପ୍ରଭୁଙ୍କୁ ଗଙ୍ଗାଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଅନେକ ଗ୍ରହଙ୍କ ପ୍ରଭାବ ଦୂର ହେବା ସହ ଶୁଭଫଳ ମିଳିଥାଏ। ଶନି ଦୋଷରୁ ମୁକ୍ତି ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀରେ ପ୍ରଭୁଙ୍କୁ ଦହି ଅର୍ପଣ କରିବା ଦ୍ୱାରା ଶନିଙ୍କ ଶୁଭଫଳ ପ୍ରାପ୍ତି ହୋଇଥାଏ। ମହାଶିବରାତ୍ରୀରେ ପ୍ରଭୁଙ୍କୁ ଶୁଦ୍ଧ ମହୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ମହାଶିବରାତ୍ରୀରେ ଭଗବାନ ଶଙ୍କରଙ୍କୁ ଭାଙ୍ଗ, ବେଲପତ୍ର, ଦୁଦୁରା ଫୁଲ, ବେଲ ଆଦିରେ ପୂଜା କରି ଅର୍ପଣ କରନ୍ତୁ। ଏହି ସମସ୍ତ ଜିନିଷ ଭଗବାନଙ୍କୁ ଖୁବ ପ୍ରିୟ। ଏହା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।