ବ୍ରହ୍ମପୁର,(ଏନଏନଏସ ଓଡ଼ିଆ /୧୪.୦୨): ହାତରୁ ମେହେନ୍ଦି ଛାଡିନି କି ପାଦରୁ ଅଳତା ଲିଭିନି । ହେଲେ ହାତ ଧରା ଧରି ହୋଇ ସବୁଦିନ ପାଇଁ ଚାଲିଯାଇଛନ୍ତି ସାତ ଜନମ ର ସାଥି । ବ୍ରହ୍ମପୁର ଗୋଳଥାନା ଥାନା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା। ବାହାଘରକୁ ମାତ୍ର ତିନି ଦିନ ପୁରିଛି । ଘରୁ କୁଣିଆ ବି ଯାଇନାହାନ୍ତି । ହାତରୁ ମେହେନ୍ଦି ଛାଡିନି କି ପାଦରୁ ଅଳତା ଲିଭିନି । ହେଲେ ଏ ଦୁହେଁ ହାତ ଧରା ଧାରି ହୋଇ ଏ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି । ସାତ ଜନ୍ମ ଧରି ଏମିତି ହସି ହସି ଜୀବନ ବିତାଇବାକୁ ଆଶୀର୍ବାଦ ଦେବାକୁ ଏ ନବ ଦମ୍ପତି ଆଉ ନାହାନ୍ତି । ମୃତ୍ୟୁ ଯେ ଏମିତି ଆସେ…ହସ ଖୁସିରେ ଫାଟି ପଡୁଥିବା ଘରେ ଭଗବାନ ଏତେ ବଡ ଦୁଃଖ ଦେବେ କେହି ବିଶ୍ୱାସ କରି ପାରୁନାହାନ୍ତି । ବ୍ରହ୍ମପୁରର ସିଏଚ.ପ୍ରବଣିକା ଓ ଇଚ୍ଛାପୁରର ଜି.ବେଣୁ । ଉଭୟ ଏଇ ୧୦ ତାରିଖରେ ରିତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଖୁବ ଧୁମାଧମରେ ବିବାହ ହୋଇଥିଲା । ଏମିତି ହସ ଖୁସିରେ ସାତ ଜନ୍ମର ସାଥୀ ହୋଇ ରହିବାକୁ କଥା ହୋଇଥିବେ । ଏତେ ବଡ ଦୁନିଆରେ ନିଜର ଏକ ସୁନ୍ଦର ସଂସାର ଗଢିବାକୁ କେତେ କଣ ଭାବି ଥିବେ । ହେଲେ କୁହନ୍ତି ନା ସବୁ ସ୍ୱପ୍ନକୁ ରାତି ନଥାଏ । ଦୁହେଁ ସୋମବାର ବାଇକରେ ବୁଲି ବାହାରିଥିଲେ । ଗୋଳନ୍ଥରା ଥାନା ସମ୍ମୁଖରେ ଥିବା ବୁଲାଣିରେ ଅପରପାର୍ଶ୍ବରୁ ଆସୁଥିବା ଏକ ଟ୍ରାକ୍ଟର ବେଣୁଙ୍କ ବାଇକକୁ ଧକ୍କା ଦେଇଥିଲା । ବାସ୍ କେହି କିଛି ବୁଝିବା ଆଗରୁ ସବୁ ଶେଷ ହୋଇଗଲା ।ହସ ଖୁସିର ସଂସାରକୁ କିଛି କ୍ଷଣରେ ହିଁ ଶୋକ ସାଗରରେ ଭସେଇଦେଲା । ପରିବାର, ପାଖ ପୋଡଶୀ, ଗାଁ ଲୋକେ ସବୁ ଯେମିତି ହତବାକ । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟମାସ୍ଥଳରୁ ଫେରାର ହୋଇଯାଇଛି । ଗୋଳନ୍ଥରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।