ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୪.୦୨): ଗତକାଲି ରାତିରୁ ରାଜ୍ୟର ପାରଦ ସ୍ତର ଖସିଥିବା ବେଳେ କିଛି କିଛି ସ୍ଥାନରେ ଶୀତ ଅନୁଭୂତ ହୋଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଗତକାଲି ଘୁ. ଉଦୟଗିରିଠାରେ ୬.୪ ଡିଗ୍ରି ରେକର୍ଡ ହୋଇଛି। ପଛକୁ ରାଉରକେଲା। ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରହିଥିଲା ୯.୨ ଡିଗ୍ରି। ଅନ୍ୟପଟେ ଦ୍ବୈତନଗରୀର ତାପମାତ୍ରାରେ ପରିବର୍ତ୍ତନ ଦେଖାଯାଇନାହିଁ। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରି ଓ କଟକର ରାତି ତାପମାତ୍ରା ୧୮ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିର୍ତ୍ତନର ସମ୍ଭାବନା ନାହିଁ। ଏହାପରେ ୧୬ ତାରିଖରୁ ରାଜ୍ୟରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟର ଦିନ ତାପମାତ୍ରା ଏବେ ବେଶ୍ ଅଧିକ ରହିଛି। ଆସନ୍ତା ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଦିନରେ ଆକାଶ ନିର୍ମଳ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ।