ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୩.୦୨): ମୋବାଇଲ୍, ଟ୍ୟାବ୍, କମ୍ପ୍ୟୁଟର ଓ ଟେଲିଭିଜନ ଯୁଗରେ ବି ରେଡିଓ ତିଷ୍ଠି ରହିଛି। ଏକଦା ରେଡିଓରେ ଖବର ଓ ଗୀତ ଶୁଣିବାର ନିଆରା ସଉକ ସଭିଙ୍କର ଥିଲା କହିଲେ ଚଳେ, ଯାହା ଏବେବି ବଞ୍ଚିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ରେଡିଓ କଥା ବେଶି ମନେ ପଡେ । ରେଡ଼ିଓ ମନୋରଞ୍ଜନ ର ମାଧ୍ୟମ ଥିଲା ଓ ସବୁ ସମୟରେ ରହିବ. ରାଜ୍ୟଠାରୁ ଆରମ୍ଭ କରି ଦେଶ ବିଦେଶ ର ଖବର କୁ ଚୁଟକୀ ରେ ଦେଇପାରୁଥିବା ଯନ୍ତ୍ରଟିର ଆଜି ହେଉଛି ଦିବସ।