ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୧.୦୨): ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପରେ ଭାରତୀୟ ଜୀବନ ବୀମା ନିଗମ ନିବେଶ କରିଥିବା ଅର୍ଥକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ଏଲଆଇସି ତରଫରୁ ପ୍ରଥମଥର ପାଇଁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଲଆଇସି ତରଫରୁ ଘୋଷଣା କରାଯାଇଛି କି, ଆଦାନୀ ଗ୍ରୁପରେ ନିବେଶ ହୋଇଥିବା ଏଲଆଇସିର ଅର୍ଥ ପ୍ରତ୍ୟାହାର କରାଯିବ ନାହିଁ । ଏଲଆଇସିର ଚେୟାରମ୍ୟାନ ଏମ.ଆର କୁମାର ଏଭଳି ଘୋଷଣା କରିଛନ୍ତି । ଏମ.ଆର କୁମାର କହିଛନ୍ତି କି, ଆମେ ଆଦାନୀ ଗ୍ରୁପ ମ୍ୟାନେଜମେଣ୍ଟକୁ କେବେ କେବେ ବିଜେନେସ୍ ପ୍ରୋଫାଇଲ ବାବଦରେ ସୂଚନା ପାଇଁ ଡାକିବୁ । ଏହାସହ ଆଦାନୀ ଗ୍ରୁପ କେଉଁ କେଉଁ ଯୋଜନା ଉପରେ କାମ କରୁଛି ଓ ଏହାକୁ କିଭଳି ପ୍ରବନ୍ଧିତ କରାଯାଇ ପାରିବ ତାହା ଉପରେ ଆଲୋଚନା କରିବୁ ।