ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୧.୦୨): ଭାଲେଂଟାଇନ୍ସ ୱିକ୍ ର ଆଜି ହେଉଛି ପଂଚମ ଦିନ ଅର୍ଥାତ ପ୍ରମିଶ ଡେ । ନିଜ ସାଥି ପ୍ରତି ଭଲ ପାଇବାର ନିଦର୍ଶନ ସ୍ୱରୂପ ସବୁବେଳେ ଏକାଠି ରହିବାକୁ ପ୍ରମିଶ୍ କରିଥାନ୍ତି ଏହିଦିନ ପ୍ରେମି ଯୁଗଳ । ପ୍ରତିବର୍ଷ ଫେବୃଆରୀ ୧୧ ତାରିଖ ଦିନକୁ ପ୍ରମିଶ ଡେ ଭାବେ ପାଳନ କରାଯାଇ ଆସୁଛି । ଏହି ଦିନର ବିଶେଷତ୍ୱ ହେଲା ନିଜର ପାର୍ଟନରକୁ ସ୍ପେଶାଲ ଅନୁଭବ ଦେବା । କାରଣ ପ୍ରେମିକ ପ୍ରେମିକାଙ୍କ ପାଇଁ ତାଙ୍କର ଦେଇଥିବା କଥା ବହୁତ ଗୁରୁତ୍ୱ ରଖିଥାଏ । ଏହି ଅନୁସାରେ ଆପଣ ନିଜର ପ୍ରେମି ଦେଇଥିବା କଥା ଉପରେ କେତେ ବଫାଦାର ବା ନିଷ୍ଠାପର ଜଣାପଡ଼େ । ଏହି ପ୍ରମିଶ ଡେର ଆଉ ଏକ ବିଶେଷତ୍ୱ ହେଲା ଉଭୟ ଭଲ ଓ ଖରାପ ଦିନରେ ପରସ୍ପରର ସାଥ୍ô ନଛାଡ଼ିବା ପ୍ରମିଶ୍ ଡେ କୁହେଯେ ଆପଣ କୌଣସି ବି ପରିସ୍ଥିତିରେ ନିଜର ସାଥିକୁ ଛାଡ଼ିବେନି । ଏହିଥିରୁ ଜଣାପଡ଼େଯେ ଆପଣ ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ।