ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୦.୦୨): ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ହଳଦିର ଖୁବ ମହତ୍ତ୍ୱ ରହିଛି। ପୂଜା-ପାଠ ଠାରୁ ଆରମ୍ଭ କରି ଅନେକ ଶୁଭ କାର୍ୟ୍ୟରେ ହଳଦିର ବ୍ୟବହାର କରାଯାଏ। ବାସ୍ତୁ ଶାସ୍ତ୍ରରେ ହଳଦିକୁ ନେଇ ଅନେକ କିଛି ବର୍ଣ୍ଣନା କରାଯାଇଛି। ଯାହା ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରିଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଗୁରୁବାର ଦିନ ହଳଦିର ବିଶେଷ ମହତ୍ତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ହଳଦିର ତିଳକ ଲଗାଇବା ଦ୍ୱାରା ଶ୍ରୀହରିଙ୍କ ସହ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ। ଏହାସହ ଏହିଦିନ ଗୋଟା ହଳଦିର ବ୍ୟବହାର କରିବା ଦ୍ୱାରା ଜାତକରେ ବୃହସ୍ପତି ଗ୍ରହଙ୍କ ସ୍ଥିତି ମଜଭୂତ ହୋଇଥାଏ। ଏହି ଦିନ ପର୍ସରେ ହଳଦି ରଖିବା ଦ୍ୱାରା ବୃହସ୍ପତି ଗ୍ରହଙ୍କ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ।
ଗୁରୁବାର ଦିନ ଗୋଟା ହଳଦି ପର୍ସରେ ରଖିବା ଦ୍ୱାରା ଅଟକି ଥିବା ଧନ ପ୍ରାପ୍ତ ହୋଇଥାଏ।
ଗୋଟା ହଳଦି ପର୍ସରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ସର୍ବଦା କୃପା ପ୍ରାପ୍ତି ହେବା ସହ ମା’ ପ୍ରସନ୍ନ ରହିଥାଆନ୍ତି। ସ୍ଥାୟୀ ଭାବେ ବାସ କରନ୍ତି ବୋଲି କୁହାଯାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପର୍ସରେ ଗୋଟା ହଳଦି ରଖିବା ଦ୍ୱାରା ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ। ଜୀବନରେ ଆସିବାକୁ ଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।
ମାନ୍ୟତା ଅନୁଯାୟୀ, ପର୍ସରେ ହଳଦି ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ମଧ୍ୟ ମିଳିଥାଏ।
ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହଳଦିଙ୍କ ସମ୍ବନ୍ଧ ବୃହସ୍ପତି ଗ୍ରହଙ୍କ ସହ ରହିଛି। କୁହାଯାଏ ବୃହସ୍ପତି ସଭିଁଙ୍କ ଜୀବନ ଓ ସ୍ୱାସ୍ଥ୍ୟର ରକ୍ଷା କରିଥାଆନ୍ତି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ କିଛି ଗୋଟା ହଳଦି ଆଲମୀରାରେ ରଖିବା ଖୁବ ଶୁଭଙ୍କର। କିଛି ଗୋଟା ହଳଦିକୁ ଲାଲ କିମ୍ବା ହଳଦିଆ କପଡାରେ ରଖି ଆଲମୀରାରେ ଧନ ରଖିବା ସ୍ଥାନରେ ରଖନ୍ତୁ।