ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୦.୦୨): ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନୂଆ ଇତିହାସ ସୃଷ୍ଟି କରିଛି । ତିନୋଟି କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ କରି ନିଜ ଗବେଷଣା ସଫଳତାର ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡିଛି। ଶୁକ୍ରବାର ପୂର୍ବାହ୍ନ ୯ଟା ୧୮ ମିନିଟ୍ରେ ଇସ୍ରୋ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରରୁ ତିନୋଟି କ୍ଷୁଦ୍ର ଉପଗ୍ରହ- ଝଝଖଠ-ଊ୨ର ସଫଳ ଉତ୍କ୍ଷେପଣ କରିଛି । ଏହାକୁ ଏବେ କକ୍ଷ ପଥରେ ଅବସ୍ଥାପିତ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହାର ଓଜନ ୧୭୫ କିଲୋଗ୍ରାମ ରହିଛି ଏବଂ ଏହି ଉପଗ୍ରହ ଗୁଡ଼ିକ ମହାକାଶର ୪୫୦ କିଲୋମିଟର ଅବଧିରେ ଘୂରି ବୁଲିବେ । ଖବର ଅନୁସାରେ ଝଝଖଠ-ଊ୨ ସଫଳତାର ସହିତ ତିନୋଟି ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାନିତ କରିଛି। ଏହି ତିନୋଟି ଉପଗ୍ରହକୁ କକ୍ଷପଥରେ ସଠିକ୍ ସ୍ଥାନରେ କରିଥିବାରୁ ଓଝଜଙ ମୁଖ୍ୟ ଏସ୍ ସୋମନାଥ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଝଝଖଠ-ଊ୧ ସମୟରେ ଯେଉଁ ସମସ୍ୟା ଦେଖାଦେଇଥିଲା, ଆମେ ସେଗୁଡିକୁ ବିଶ୍ଳେଷଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲୁ ଏବଂ ଏହି ଉତକ୍ଷେପଣ ସଫଳ ହୋଇଛି।