ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୦.୦୨): କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ୨ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ସଂପର୍କରେ ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରେନ୍ ରିଜିଜୁ। ସେ ତାଙ୍କ ଟ୍ବିଟ୍ ପୋଷ୍ଟ୍ରେ ଲେଖିଛନ୍ତି, ‘ଦେଶରେ ରହିଥିବା ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତି ହାଇକୋର୍ଟର ଏହି ମୁଖ୍ୟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ମୋର ଶୁଭେଚ୍ଛା।’ ଯେଉଁ ଦୁଇ ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ସେମାନେ ହେଉଛି ଆଲ୍ଲାବାଦ୍ ହାଇକୋର୍ଟର ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇକୋର୍ଟର ଅରବିନ୍ଦ କୁମାର।