ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୯.୦୨): ଆଜି ଭାଲେଂଟାଇନ୍ ସପ୍ତାହର ତୃତୀୟ ଦିବସ ଅର୍ଥାତ ଚକୋଲେଟ୍ ଡେ । ପ୍ରତି ବର୍ଷ ୯ ଫେବୃଆରୀକୁ ଚକୋଲେଟ୍ ପାଳନ କରାଯାଏ । କିଛି ଲୋକ ଭାବନ୍ତି କି ପ୍ରେମ ସପ୍ତାହ ସହିତ ଚକୋଲେଟ୍ ର ପୁଣି କି ସଂପର୍କ । ଜାଣିଥିବେ ଯେକୌଣସି ଖୁସି ମୌକାରେ ପ୍ରତ୍ୟେ କ ଘରେ ପ୍ରତି ଦେଶରେ ଲୋକମାନେ ମିଠା ଖାଇ ଉତ୍ସବ ମନାନ୍ତି । ମିଠା ଖାଇବା ପର୍ବର ଏକ ପରମ୍ପରା କହିଲେ ଚଳେ । ତେଣୁ ଭାଲେଂଟାଇନ ଡେ ର ଏହି ସାତଦିନିଆ ପର୍ବ ଟି ମିଠା ବିନା କେମିତି ପାଳନ ହେବ ।
ସଂପର୍କରେ ମିଠାସ୍ ଭରି ଦେବାକୁ ଏହି ଭାଲେଂଟାଇନ୍ ଉତ୍ସବର ଗୋଟିଏ ଦିନରେ ପ୍ରେମିକ ପ୍ରେମିକାକୁ ଚକୋଲେଟ୍ ଦେଇ ସଂପର୍କରେ ମଧୁରତା ଭରିଦେଇଥାଏ । ତାଛଡ଼ା ଚକୋଲେଟ୍ ଏମିତି ଏକ ଜିନିଷ ଯାହାକୁ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ବେଶି ପସନ୍ଦ କରନ୍ତି । ଏହା ସଂପର୍କରେ ମଧୁରତା ଆଣିବା ସହିତ ସ୍ୱାସ୍ଥ୍ୟ ପାଇଁ ବି ଫାଇଦା ଆଣିଥାଏ ବୋଲି କୁହାଯାଏ । କିଛି ଲୋକ ମିଠା ଖାଇବାକୁ ଜମାରୁବି ପସନ୍ଦ କରିନଥାନ୍ତି, ଏଭଳି କ୍ଷେତ୍ରରେ ପ୍ରେମିକା ଯଦି ମିଠା ପ୍ରିୟ ନୁହେଁ ପ୍ରେମିକ ତାକୁ ଚକୋଲେଟ୍ ଦେଇ ମନାଇବା ଟା ସ୍ୱାଭାବିକ୍ । ଯେଉଁଥିପାଇଁ ଏହି ୱିକ୍ ର ଗୋଟିଏ ଦିନ ଚକୋଲେଟ୍ ପର୍ବ ରହିଆସିଛି ।