ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୮ .୦୨): ଭାଲେଂଟାଇନ୍ସ ୱିକ୍ ର ଆଜି ହେଉଛି ଦ୍ୱିତୀୟ ଦିବସ । ଏହି ଦିନ ପ୍ରେମିକ ଭଲ ପାଇବାର ନିଦର୍ଶନ ସ୍ୱରୂପ ପ୍ରେମିକାକୁ ପ୍ରପୋଜ୍ କରିଥାଏ । ତେବେ ଏହି ପ୍ରପୋଜ୍ ଡେ ର ଆରମ୍ଭକୁ ସମସ୍ତେ ସ୍ପେଶାଲ କରିବାକୁ ଇଚ୍ଛା କରିଥାନ୍ତି । କାହିଁକି ନା ପ୍ରତ୍ୟେକ ମଣିଷ ମନରେ ଭଲ ପାଇବା ରହିଛି । ତାହାକୁ ସ୍ୱୀକାର କରିବାକୁ ସଭିଏଁ ଖୋଜିଥାନ୍ତି ଏକ ସ୍ପେଶାଲ ଦିନ । ଯେମିତିକି ଦିନଟି ସ୍ମରଣୀୟ ହୋଇ ସବୁ ଦିନ ରହିବ ।
ପ୍ରପୋଜ୍ ଡେ’ ର ଆରମ୍ଭ କେମିତି ହେଲା ତାକୁ ନେଇ ମଧ୍ୟ ଏକ କାହାଣୀ ରହିଛି । ୧୪୭୭ ମସିହାରେ ଅଷ୍ଟ୍ରିଆର ଆର୍କ ଡୁ୍ୟକ୍ ମ୍ୟାକ୍ସିମିଲିୟନ୍ ମେରୀ ଅଫ୍ ବରଗଣ୍ଡିଙ୍କୁ ପ୍ରପୋଜ୍ କରିଥିଲେ । ସେବେ ଠାରୁ ଏହି ଖାସ୍ ଦିନର ଆରମ୍ଭ ହୋଇଛି । ପ୍ରପୋଜ୍ ଡେ କୁ ନେଇ ୧୮୧୬ ମସିହାର ଆଉ ଏକ ହିଷ୍ଟି୍ ମଧ୍ୟ ରହିଛି । ପ୍ରିନ୍ସେସ୍ ଚାର୍ଲୋଟ୍ ତାଙ୍କ ଭାବି ପତିଙ୍କୁ ଏହି ଦିନ ପ୍ରପୋଜ୍ କରିଥିଲେ । କୁହାଯାଏ କି ସେବେ ଠାରୁ ଭାଲେଂଟାଇନ୍ ୱିକ ର ଦ୍ୱିତୀୟ ଦିବସକୁ ପ୍ରପୋଜ୍ ଡେ’ ଭାବେ ପାଳନ କରାଯାଇ ଆସୁଛି । ପ୍ରପୋଜ ମୁହୁର୍ତକୁ ଖାସ୍ କରିବା ପାଇଁ ପ୍ରାୟ ଲଭ୍ ବାର୍ଡ଼ ବିଚ୍ ଡେଷ୍ଟିନେସନକୁ ବାଛିଥାନ୍ତି । ବିଚ୍ ରେ ମୁ୍ୟଜିକ୍ ସିଷ୍ଟମ ସମେତ ଅନେକ ଜିନିଷ ସେଟ୍ କରି ସୂର୍ଯ୍ୟାସ୍ତ କାଳର ମୁହୁର୍ତରେ ପ୍ରେମିକ ପ୍ରେମିକା ସାମନାରେ ଆଣ୍ଠୁ ମାଡ଼ି ବସି ପ୍ରପୋଜ୍ କରିଥାଏ । ତେବେ କ୍ୟାଣ୍ଡଲ ଲାଇଟ୍ ପ୍ରପୋଜ ଆଜି ଯୁବପିଢିଙ୍କର ଅଧିକ ପସନ୍ଦ । ଏହି ପ୍ରପୋଜ୍ରେ ଝିଅର ହୃଦୟକୁ ଚୁଟ୍କୀ ରେ ଜିତି ହୋଇଯାଏ ।