ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୭ .୦୨): ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଓଲିଉଡ୍ ଅଭିନେତା ପିଂଟୁ ନନ୍ଦ । ସେଠାରେ ଆଇଏଲ୍ବିଏସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଲିଭରସିରୋସିସ୍ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ଲିଭର ପ୍ରତ୍ୟାରୋପଣ କରାଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଲାଗିପାରେ । ଏଥିପାଇଁ ପିଂଟୁଙ୍କ ପରିବାର ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ସହାୟତା ମଗାଯାଇଥିଲା । ଏହି ଖବର ପରେ ପିଂଟୁଙ୍କ ପାଖକୁ ସହାୟତା ଛୁଟିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ନିଆଯାଇଛି । ପିଂଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛି ପୁରା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି।