ନୂଆଦିଲ୍ଲୀ ,(ଏନଏନଏସ ଓଡ଼ିଆ /୦୪.୦୨): ଦିଲ୍ଲୀ ଜାମିୟା ମିଲିୟା ଇସ୍ଲାମିଆ ୟୁନିଭର୍ସିଟି ହିଂସା ଘଟଣାରେ ଦୋଷମୁକ୍ତ ହେଲେ ଜବାହାର ଲାଲ୍ ନେହରୁ ୟୁନିଭର୍ସିଟି ଛାତ୍ର ଶର୍ଜିଲ୍ ଇମାମ ଓ ସହଯୋଗୀ ଅସିଫ ଇକବାଲ ତହ୍ନା। ୨୦୧୯ ମସିହା ଡିସେମ୍ବର ମାସରେ ଏହି ହିଂସା ଘଟଣା ଘଟିଥିଲା । ମାମଲା ଟି ଦିଲ୍ଲୀ ସାକେତ କୋର୍ଟ ରେ ଚାଲିଥିବାବେଳେ ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ । ତେବେ କୋର୍ଟରୁ ଖଲାସ ହେବା ପରେ ବି ଇମାମ ଜେଲ୍ରୁ ମୁକୁଳି ପାରିବେ ନାହିଁ। କାରଣ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟ ପ୍ରତିରୋଧ ଆଇନ(UAPA)ରେ ଅନ୍ୟ ଏକ ମାମଲା ବିଚାରାଧିନ ରହିଛି।
କେନ୍ଦ୍ର ସରକାରଙ୍କର ନାଗରିକ ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ଶର୍ଜିଲ୍ ଇମାମଙ୍କ ହାତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହି ମାମାଲାରେ ତାଙ୍କ ବିରୋଧରେ UAPA ଆକ୍ଟ ଲାଗିଛି। ଯାହାର ତଦନ୍ତ ଏବେ ବି ଜାରି ରହିଛି।