ଏନଏନ୍ ଏସ୍ ଓଡ଼ିଆ /୦୪.୦୨: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ କ୍ର୍ରାଇମ୍ ବ୍ରାଂଚ୍ ଛାନ୍ ବିନ୍ ଚଲାଇଛି । ଗତକାଲି କ୍ରାଇମ୍ ବ୍ରାଂଚ୍ ଗୋପାଳଙ୍କ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶିଳ୍ପାଂଚଳ ଘରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ଏହି ତଦନ୍ତରେ କ୍ରାଇମ୍ ବ୍ରାଂଚ୍ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଗୋପାଳର ଏକ ଡାଏରୀ ଲାଗିଛି । ଗୋପାଳ ଦାସଙ୍କ ପତ୍ନୀ ଓ ପୁତୁରାଙ୍କୁ ପଚରା ଉଚୁରା କରିଥିଲା କ୍ରାଇମ୍ ବ୍ରାଂଚ୍ । ଡାଏରୀରୁ ହତ୍ୟାକାଣ୍ଡର କିଛି ସୁରାକ ମିଳିବ ବୋଲି କ୍ରାଇମ୍ ବ୍ରାଂଚ୍ ଆଶା କରିଛି ।