ପାଲଲହଡ଼ା : ବଞ୍ଚିବା ପାଇଁ ଜଙ୍ଗଲରେ ବୁଲି ବୁଲି ଖାଦ୍ୟ ଖୋଜୁଥିଲା ବଳଦ। ଏହି ସମୟରେ ସବୁଜ ରଙ୍ଗର ଘାସ ପୁଡ଼ିଆ ନଜରରେ ପଡ଼ିଲା। ଘାସ ପୁଡ଼ିଆଟି ଚୋବାଇବା ମାତ୍ରେ ଘଟିଲା ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ବଳଦଟିର ଜିଭ ଫାଟି ଛିନଭିନ୍ ହୋଇଗଲା। ଏବେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରିବା ସହ ମୃତ୍ୟୁ ଅପେକ୍ଷାରେ ରହିଛି ଏହି ବଳଦ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡା ବ୍ଲକ ବାରକୋଟିଆ ଗାଁରେ। ଚନା ଅନୁସାରେ ବାରକୋଟିଆ ଗାଁ’ର ଚନ୍ଦ୍ରମଣି ବେହେରା ସକାଳେ ତାଙ୍କ ବଳଦ ଚରେଇବା ପାଇଁ ଗାଈ ଚରାଳୀକୁ ଦେଇଥିଲେ। ଅନ୍ୟ ଗାଈ ଗୋରୁଙ୍କୁ ଜଙ୍ଗଲକୁ ଚରିବାକୁ ଯାଇଥିଲା ବଳଦ। ସେହି ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଚନ୍ଦ୍ରମଣି ବେହେରାଙ୍କ ବଳଦର ମୁହଁ ସମ୍ପୁର୍ଣ୍ଣ ଛୀନ ଛତର ହୋଇ ଯାଇଥିଲା। ଗାଈ ଚରାଳି ଗାଁରେ ଆସି ଘଟଣା କହିବା ପରେ ଗ୍ରାମବାସୀ ଯାଇ ଗୁରୁତର ବଳଦକୁ ଉଦ୍ଧାର କରି ଘରକୁ ଆଣିଛନ୍ତି।