ଭୁବନେଶ୍ୱର : ପୁଣି ପଦାରେ ପଡିଲା କଂଗ୍ରେସ କଳି । ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । ପାର୍ଟି ଅଫିସରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଭବନ ପରିସରରେ ହେବାକୁ ଥିବା ଓବିସି ସେଲ୍ ବୈଠକ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ଆଜି କଂଗ୍ରେସ ଭବନରେ ଓବିସି ସେଲ୍ ବୈଠକ ବସିବାର ଥିଲା । କିନ୍ତୁ କୌଣସି କାରଣ ଲାଗି ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ଯାହାଫଳରେ କି କଂଗ୍ରେସ ଭବନରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏପରିକି ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା । ଓବିସି ସେଲ୍ ବୈଠକରେ ପୂର୍ବତନ ଅଧ୍ୟକ୍ଷଙ୍କୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିବା ସୂଚନା ରହିଛି । ପିସିସି ସଭାପତିଙ୍କ ଉପସ୍ଥିତିରେ ଏଭଳି ବିବାଦିୟ ପରିସ୍ଥିତି ଉପୁଜିଛି ।