ଆଜିଠୁ ଢେଙ୍କାନାଳ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । କୋଭିଡ କଟକଣା ଭିତରେ 3 ଦିନ ଧରି ମେଳା ଚାଲିବ । ଚଳିତ ବର୍ଷ ବେଶୀ ଲୋକ ଭିଡ ନକରି କେବଳ ପରମ୍ପରା ରକ୍ଷା କରିବାକୁ ମେଳା କରାଯାଇଛି । ଦୋଳି, ଅପେରା, ସିନେମା, କଣ୍ଢେଇ ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ।ଶୂନ୍ୟ ମନ୍ଦିର ଭିତରକୁ ମାତ୍ର 50 ଜଣ ଦର୍ଶନାର୍ଥୀଙ୍କୁ ସର୍ବାଧିକ 10 ମିନିଟ ରହିବା ପାଇଁ ଅନୁମତି ମିଳିବ । ସେହିପରି ସୀମିତ ସଂଖ୍ୟକ ଦୋକାନ ବଜାର ଖୋଲିବା ସହ ବାହାରୁ ଜିଲ୍ଲାରୁ ଆସୁଥିବା ମହିମା ଧର୍ମର ଅନୁଗାମୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମାଘ ଚତୁର୍ଦ୍ଦଶି ଦିନ ମହିମା ଧର୍ମର ପ୍ରଚାରକ ପ୍ରଥମ ମହିମା ଗୁରୁଙ୍କ ମହାପ୍ରୟାଣ ହୋଇଥିବାରୁ ଏହି ଦିନକୁ ମହିମା ସାଧୁମାନେ ବିଶେଷ ଢଙ୍ଗରେ ପାଳନ କରୁଥିବାବେଳେ ଶହ ଶହ ବର୍ଷର ପରମ୍ପରା ଏବେ ମେଳାରେ ପରିଣତ ହୋଇଛି