ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି । ଆଉ କିଛିଦିନ ପରେ ହୋଇଥାନ୍ତା ବାହାଘର | କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବାହାଘର ପୂର୍ବରୁ ଭାବି ସ୍ୱାମୀଙ୍କୁ ପିନ୍ଧାଇଲେ ହାତକଡ଼ି | ଜଣେ ପୋଲିସ ଅଫିସର କନ୍ୟା ନିଜ ବିବାହ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କୁ ଗରିଫ କରି ହାଜତକୁ ପଠାଇଛନ୍ତି । ଆସାମର ନଗାଓଁ ଥାନାରେ ନିଯୁକ୍ତ ମହିଳା ସବ ଇନସ୍ପେକ୍ଟର ନିଜର ଭାବି ସ୍ୱାମୀଙ୍କୁ ଜାଲିଆତି ମାମଲାରେ ଗିରଫ କରିଛନ୍ତି ।
ଆଉ କିଛି ଦିନ ପରେ ହୋଇଥାନ୍ତେ ସାତ ଜନ୍ମର ସାଥୀ | ବାଜିଥାନ୍ତା ଶେହେନାଇ, ପଡ଼ିଥାଆନ୍ତା ହାତଗଣ୍ଠି । ବିବାହ ପାଇଁ ସାରିଥିଲା ସବୁ ପ୍ରସ୍ତୁତି । ଉଭୟଙ୍କ ନିର୍ବନ୍ଧ ବି ସରିଥିଲେ। କିନ୍ତୁ ବାହାଘର ପୂର୍ବରୁ ଜଣାପଡ଼ିଯାଇଛି ଭାବୀ ସ୍ୱାମୀର ଅସଲ ଚେହେରା। ସେ ଜଣେ ମହାଠକ ବୋଲି ଜଣାପଡ଼ିବା ପରେ ନଗାଓଁ ଥାନାରେ ନିଯୁକ୍ତ ମହିଳା ସବ ଇନସ୍ପେକ୍ଟର ଜୋନମାଇ ରାଭା ନିଜର ଭାବି ସ୍ୱାମୀ ରାଣା ପଗାଗଙ୍କୁ ଜାଲିଆତି ମାମଲାରେ ଗିରଫ କରିଛନ୍ତି ।
ସୂଚନା ଅନୁସାରେ ରାଣା ପଗାଗ ମିଛ ପରିଚୟ ଦେଇ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୀଡିତ ଲୋକେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିଲା। ପରେ ଜୋନମାଇ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରିଥିଲେ । ରିପୋର୍ଟ ଅନୁସାରେ, ଜନୋମଇଙ୍କ ଭାବି ସ୍ୱାମୀ ରାଣା ଅୟଲ ଇଣ୍ଡିଆ ଲିମିଟେଡର ଜଣେ ପିଆର ଅଧିକାରୀ ଭାବେ ନିଜର ମିଛ ପରିଚୟ ଦେବା ସହ କମ୍ପାନୀରେ ଚାକିରି ଦେବା ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ହଡ଼ପ କରିଥିଲେ ।