ଥମୁନି ହନୁମାନ ଚାଳିଶା ବିବାଦ | କିନ୍ତୁ ହନୁମାନ ଚାଳିଶା ବିବାଦରେ ଗିରଫ ରାଣା ଦମ୍ପତ୍ତିଙ୍କୁ କୋର୍ଟ ତରଫରୁ ମିଳିଛି ଆଶ୍ୱସ୍ତି। ଜେଲରେ ଥିବା ସାଂସଦ ନବନୀତ୍ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ମିଳିଲା ଜାମିନ । କିଛି ସର୍ତ୍ତ ସହିତ ମୁମ୍ବାଇ ସେସନ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଯଦି ଏହି ସର୍ତ୍ତଗୁଡିକ ସେ ପାଳନ ନ କରନ୍ତି କିମ୍ବାର ଏହାର ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଜାମିନ ନାମାଞ୍ଜୁର ହୋଇଯିବ ବୋଲି କହିଛନ୍ତି କୋର୍ଟ |
ସୂଚନା ଥାଉ କି, ମହାରାଷ୍ଟ୍ରରେ ଜାରି ରହିଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିଥିଲେ ରାଣା ଦମ୍ପତି । ଏହାପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଶିବସେନା ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା | ଏହାପରେ ରାଣା ଦମ୍ପତ୍ତିଙ୍କୁ ରାଜଦ୍ରୋହ ଅଭିଯୋଗରେ ପୋଲିସ ଗିରଫ କରିଥିଲା।