ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ୩୧ ତାରିଖରେ ଉପନିର୍ବାଚନ ପାଇଁ ପଡିବ ଭୋଟ । ସେହିଭଳି ୩ ଜୁନରେ ଭୋଟ ଗଣତି ହେବ | ସେହିଦିନ ପ୍ରକାଶ ପାଇବ ଫଳାଫଳ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରଜରାଜନଗର ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ ବଢିଲା ରାଜନୈତିକ ଉଷ୍ମତା | ପ୍ରାର୍ଥୀ ଘୋଷଣା ନେଇ ଆରମ୍ଭ ହୋଇଗଲାଣି ୩ ରାଜନୈତିକ ଦଳର ଅଙ୍କ କଷା |
ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରଠୁ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାନସଭା ଆସନରେ ହେବ ଉପନିର୍ବାଚନ । ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ ଆଜିଠାରୁ ଲାଗୁ ହୋଇଯାଇଛି ନିର୍ବାଚନ ଆଚରଣବିଧି। ଉପ-ନିର୍ବାଚନ ପାଇଁ ମେ’ ୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ମେ୧୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ମେ’୧୨ତାରିଖରେ ନାମାଙ୍କନ ଯାଞ୍ଚକରାଯିବ | ୧୭ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ। ମେ’୩୧ତାରିଖରେ ଭୋଟ ଗ୍ରହଣ ହେବ। ଏହାସହିତ ଜୁନ୍ ୩ ତାରିଖରେ ଭୋଟ ଗଣତି କରାଯିବ। ଏହି ନିର୍ବାଚନରେ ଇଭିଏମ ବ୍ୟବହାର କରାଯିବ ।