କଳା କନା ବୁଲାଇଲେ ଲୁଟେରା | ସୁନା ଦୋକାନରୁ ଲୁଟିନେଲେ ୨୦ ଲକ୍ଷର ସୁନା ଅଳଙ୍କାର | ଗ୍ୟାସ କଟରରେ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଅଳଙ୍କାରରୁ ହୋଇଛି ଏହି ଡକାୟତି |
ଖବର ଅନୁଯାୟୀ, ଦୋକାନ ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା। ଦୋକାନ ଲକରରେ ଥିବା ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ।ସିସିଟିଭି ଫୁଟେଜ ଅନୁସାରେ ୪ ଜଣ ଡକାୟତ ଗ୍ୟାସ୍ କଟର ସାହାଯ୍ୟରେ ଛାତ ଉପରୁ ସିଡ଼ି ଘର ଗେଟ କାଟି ସୋରୁମ ଭିତରେ ଥିବା ଷ୍ଟ୍ରଙ୍ଗ ରୁମ ଓ ଲକର କାଟି ଲୁଟ୍ କରିଥିଲେ । ଲୁଟ୍ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜୁଏଲରୀ ମାଲିକ କହିଛନ୍ତି ।