ଭୁବନେଶ୍ୱର: ରାଜ୍ୟର ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ । ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢିଚାଲିଛି । ଏ ସମ୍ପର୍କିତ ତଥ୍ୟ ରଖିଛନ୍ତି ମଙ୍ଗଳବାର ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହିସବୁ ସହରରେ ଅଧିକ ସଂଖ୍ୟକ ଯାନବାହନ ଚଳାଚଳ କରିବା ସହ ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଏହାକୁ ହ୍ରାସ କରିବା ପାଇଁ ସରକାର ବିଭିନ୍ନ ବିଭାଗର ସମନ୍ୱୟରେ କରୁଥିବା କହିଥିଲେ ପରିବେଶ ମନ୍ତ୍ରୀ । ଏନେଇ ଜଣେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଆସ୍ତେଆସ୍ତେ ପ୍ରଦୂଷଣର ଉତ୍ସ ବୃଦ୍ଧି ପାଉଥିବାରୁ ଏହାର ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଆଗାମୀ ଦିନରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏୟାର କ୍ୱାଲିଟିର ମାନ ବୃଦ୍ଧି କରିବାକୁ ହେବ । ଯେଉଁମାନେ ପ୍ରଦୂଷଣ ସୃଷ୍ଟିକାରୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ହେବା ଉଚିତ।